ଭାରତ-ନେପାଳ ସୀମାରୁ ୟୁରେନିୟମ ଜବତ ସହ ୧୫ ଗିରଫ
ଚାଲାଣକାରୀମାନେ ନିଷିଦ୍ଧ ସାମଗ୍ରୀ ନେଇ ବିଦେଶୀ ଦେଶକୁ ଚୋରାରେ ଚାଲାଣ କରିବାକୁ ଚେଷ୍ଟା କରୁଥିଲେ….
ନୂଆଦିଲ୍ଲୀ: ସୀମାରେ ଚାଲିଥିବା ୟୁରାନିୟମ କାରବାର ପଣ୍ଡ କଲା ପୋଲିସ । ବିହାର ଆରାରିଆର ଭାରତ-ନେପାଳ ସୀମାରେ ୨ କିଲୋ ୟୁରାନିୟମ ଜବତ ହେବା ସହ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ଚାଲାଣକାରୀମାନେ ନିଷିଦ୍ଧ ସାମଗ୍ରୀ ନେଇ ବିଦେଶୀ ଦେଶକୁ ଚୋରାରେ ଚାଲାଣ କରିବାକୁ ଚେଷ୍ଟା କରୁଥିଲେ । ଚୋରା ଚାଲାଣକାରୀମାନେ ଅନ୍ତରାଷ୍ଟ୍ରୀୟ ସୀମା ଦେଇ ବିହାର ଆରାରିଆ ଜିଲ୍ଲାର ଜୋଗବାନୀ ଠାରେ ସୀମାର ଭାରତୀ ପାର୍ଶ୍ୱ ଭିତରକୁ ପଶିବାକୁ ଯୋଜନା କରିଥିବା ପୋଲିସ କହିଛି ।