ନୂଆଦିଲ୍ଲୀ: ୧୫୦ ଭାରତୀୟ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବାୟୁସେନାର ବିମାନ ଯୋଗେ ସ୍ୱଦେଶ ଫେରିଛନ୍ତି । ଭାରତୀୟ ବାୟୁସେନାର ସି-୧୭ ବିମାନ ଗୁଜରାଟର ଜାମନଗରରେ ପହଂଚିଛି। ଭାରତ ମାଟିରେ ପାଦ ଥାପିବା ପରେ ସେମାନଙ୍କର ଜୋରଦାର ସ୍ୱାଗତ କରାଯାଇଛି। କିନ୍ତୁ ଏବେ ବି କାବୁଲରେ ଅନେକ ଭାରତୀୟ ରହିଛନ୍ତି।

ସୂଚନାଯୋଗ୍ୟ,ଏହାପୂର୍ବରୁ ଭାରତୀୟ ବାୟୁସେନାର ସି-୧୭ ବିମାନ ସୋମବାର ଆଫଗାନିସ୍ତାନରୁ କିଛି କର୍ମଚାରୀଙ୍କୁ ନେଇ ଭାରତ ଫେରିଥିଲା। ଆଉ ଆଜି ଦ୍ୱିତୀୟ ବିମାନ ଭାରତ ଫେରିଛି। ସ୍ୱଦେଶ ଫେରିବା ପରେ ଜାମନଗର ଏୟାରବେସରେ ଭାରତୀୟମାନେ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ନାରା ଦେଇଥିଲେ। କାବୁଲର ସ୍ଥିତି ଉପରେ ଭାରତ ଲଗାତାର ଭାବେ ନଜର ରଖିଥିବା ନେଇ ଏସ୍.ଜୟଶଙ୍କର ସୂଚନା ଦେଇଛନ୍ତି।