ଏକାଧିକ ବିଜୁଳି ମାଡରେ ୧୬ଜଣଙ୍କ ମୃତ

ଢାକା: ଘନଘନ ବିଜୁଳି ମାଡ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିଜୁଳି ମାଡରେ ବର ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟିଛି । ସୂଚନା ଅନୁସାରେ, ବାହାଘର ପାର୍ଟିରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ । ତେବେ ଏହି ସମୟରେ ଏକାଧିକ ବିଜୁଳି ମାଡ ହୋଇଥିଲା । ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଘର ପାର୍ଟିରେ ଥିବା ବର ଗୁରୁତର ଆହତ ହୋଇଛନ୍ତି ।