ନୂଆଦିଲ୍ଲୀ : ବିଶ୍ୱର ଲୋକପ୍ରିୟ ଆପ ହ୍ୱାଟ୍ସଆପ ଅନେକ ଗୁଡିଏ ଆକାଉଣ୍ଟକୁ ବନ୍ଦ କରିଦେଇଛି । ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି । ସୂଚନା ଅନୁସାରେ କେବଳ ଗତ ନଭେମ୍ବର ମାସରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । କମ୍ପାନୀକୁ ୬୦୨ଟି ଅଭିଯୋଗ ମିଳିବା ପରେ ଏହି ପଦକ୍ଷେପ ନେଇଥିଲା ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବନ୍ଦ କରାଯାଉଛି । ବନ୍ଦ ହୋଇଥିବା ଆକାଉଣ୍ଟଗୁଡିକ ୧୭.୫ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ଭାରତରେ । ହ୍ୱାଟ୍ସଆପର ଜଣେ ଅଧିକାରୀ କହିଛନ୍ତି, ଆଇଟି ନିୟମ ୨୦୨୧ ଅନୁଯାୟୀ ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ । ଯେଉଁ ଆକାଉଣ୍ଟଗୁଡିକ ଗାଇଡଲାଇନ୍କୁ ଅମାନ୍ୟ କରିଛନ୍ତି ଏବଂ ପଲିସି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟଗୁଡିକୁ ବନ୍ଦ କରିଦିଆଯାଇଛି ।