୩ୱାର୍ଡ଼ରଙ୍କୁ ଆକ୍ରମଣ କରି ୧୭ ବନ୍ଦୀ ନାବାଳକ ଫେରାର

ହିସାର :ୱାର୍ଡ଼ରଙ୍କୁ ଆକ୍ରମଣ କରି ୧୭ ଜଣ ବନ୍ଦୀ ନାବାଳକ ଫେରାର । ହରିୟାଣାର ହିସାରରେ ବରବାଲା ରୋଡ ସ୍ଥିତ ବାଳ ସୁଧାର ଗୃହରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏହି ବନ୍ଦୀ ନାବାଳକ ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣରେ ଘଟଣାସ୍ଥଳରେ ମୁତୟନ ଥିବା ୩ଜଣ ୱାର୍ଡ଼ର ଆହତ ହୋଇଥିଲେ।

ଆହତଙ୍କୁ ୱାର୍ଡ଼ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଧାର ଗୃହରୁ ନାବାଳକ ଫେରାର ହେବା ପରେ ପୋଲିସ୍ ଜିଲ୍ଲାର ସମସ୍ତ ଥାନା ସହ ଜିଲ୍ଲା ସହ ଲାଗିଥିବା ଅନ୍ୟ ଜିଲ୍ଲାର ପୋଲିସଙ୍କୁ ମଧ୍ୟ ଆଲର୍ଟ କରି ଦେଇଥିଲା।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ପାଖାପାଖି ୬ଟାବେଳେ ନାବାଳକ ବନ୍ଦୀଙ୍କୁ ବାରାକରୁ ବାହାରକୁ ଆଣି ସେମାନଙ୍କୁ ଗଣା ଯାଉଥିଲା। ଗଣା ସରିବା ପରେ ସେମାନଙ୍କୁ ଖାଇବା ପାଇଁ ଯିବାର ଥିଲା କିନ୍ତୁ ହଠାତ୍ କିଛି ନାବାଳକ ସେଠାରେ ମୁତୟନ ଥିବା ୱାର୍ଡ଼ରଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ଏହି ଘଟଣା ପରେ ଏଏସପି ଉପାସନା ଯାଦବ ବାଳ ସୁଧାର ଗୃହ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚି ତଥ୍ୟ ଜୁଟାଇଥିଲେ।