ଝୁଲନ୍ତା ଅବସ୍ଥାରେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ : ଦୁଇ ଭଉଣୀଙ୍କ ଗଳିତ ମୃତଦେହ ତାଙ୍କରି ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପଡୋଶୀଙ୍କ ଦୁଇ ଭଉଣୀଙ୍କ ଘରୁ ପଚା ଗନ୍ଧ ଆସୁଥିବା ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ୩୩ ବର୍ଷ ବୟସ୍କ ଲକ୍ଷ୍ମୀ ପଂଠାରି ଓ ତାଙ୍କର ୨୬ ବର୍ଷୀୟ ଭଉଣୀ ସ୍ନେହା ପଂଠାରି ଏକାସଙ୍ଗେ ଏହି ଫ୍ଲାଟରେ ରହୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲା । ଘର ଭିତରେ ଦୁଇ ଭଉଣୀଙ୍କ ଶବ ଝୁଲୁଥିଲା । ଦୁଇ ଭଉଣୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।