ଅନନ୍ତନାଗରେ ୨ ଆତଙ୍କୀ ନିପାତ

ଉଭୟ ଆତଙ୍କବାଦୀ ସଂଗଠନ ଏଚଏମ ସହ ଜଡିତ ଥିଲେ……

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କାଦୀଙ୍କ ସଂଘର୍ଷ ଜାରି ରହିଛି । ଏଥିରେ ୨ଜଣ ଆତଙ୍କବାଦୀ ନିହତ ହେବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀର ପୁଲିସ ସୂଚନା ପ୍ରଦାନ କରିଛି । ମୃତ ଆତଙ୍କବାଦୀ ଦ୍ୱୟ ହେଲେ ଦାନିଶ ଭଟ୍ଟ ଓ ବଶାରତ ନବୀ । ଉଭୟ ଆତଙ୍କବାଦୀ ସଂଗଠନ ଏଚଏମ ସହ ଜଡିତ ଥିଲେ । ଜମ୍ମୁ-କଶ୍ମୀରର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗ ଜିଲ୍ଲାର ପୋଶକ୍ରିରୀ ଅଞ୍ଚଳରେ ଆତଙ୍କବାଦୀ ମହଜୁଦ ଥିବା ନେଇ ସୂଚନା ମିଳିବା ପରେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା ।