୨୦୨୪ ବିଜେପିର ମାଷ୍ଟର ପ୍ଲାନ: ଧର୍ମେନ୍ଦ୍ର ଓ ସ୍ମୃତିଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ

ଜେପି ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି…

ନୂଆଦିଲ୍ଲୀ : ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଆସନରୁ ୧୮ଟି ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେଥିପାଇଁ ପୁଣିଥରେ ପାର୍ଟି ଏହାର ତୃଣମୂଳ ସ୍ତରକୁ ମଜବୁତ କରିବା ଉପରେ ଅଧିକ ଫୋକସ କରୁଛି । ଏଥିପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ମିଶନରେ ଅବସ୍ଥାପିତ କରାଯାଇଛି । ମିଶନ ବଙ୍ଗ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସମସ୍ୟାକୁ ବୁଝିବା ଲାଗି ନିଯୁକ୍ତି ପାଇଛନ୍ତି । ଏହି ତିନିଜଣ ମନ୍ତ୍ରୀ ମେଗା ପ୍ଲାନ ପ୍ରସ୍ତୁତ କରିବେ ।

ଗତବର୍ଷ ବିଧାନସଭା ନିର୍ବାଚନରେ ଟିଏମସି ସମ୍ମୁଖରେ ବିଜେପି ମଳିନ ପଡ଼ି ଯାଇଥିଲା । ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼ ଏବେ ଉପରାଷ୍ଟ୍ରପତି ହୋଇଥିବାବେଳେ ଟିଏମସି ଉପରେ ଭିନ୍ନ ଭିନ୍ନ ଉପହାରରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଶୁଣାଯାଉଛି ଯେ ବିଜେପି ଏବଂ ଟିଏମସି ମଧ୍ୟରେ ଏକ ବଡ ଡିଲ ହୋଇଛି । ଧର୍ମେନ୍ଦ୍ରଙ୍କ ପ.ବଙ୍ଗରେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଉତ୍ତମ ସଂପର୍କ ରହିଛି । ସେଥିପାଇଁ ଧର୍ମେନ୍ଦ୍ରଙ୍କୁ ବିଜେପି ୪୨ଟି ଲୋକସଭା ଆସନର ଦାୟିତ୍ୱ ଦିଆଯାଇଛି ।