ୟୁକ୍ରେନ୍ରୁ ୨୪୦ ଭାରତୀୟ ଫେରିଲେ

ନୂଆଦିଲ୍ଲୀ : ୟୁକ୍ରେନ୍ରୁ ୨୪୦ ଭାରତୀୟ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ଅବତରଣ କରିଛିନ୍ତି । ବୁଧବାର ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନ ସକାଳ ୭.୩୦ରେ ୟୁକ୍ରେନ ଅଭିମୁଖେ ଯାତ୍ରା କରିଛି । ଏଥିରେ ୨୫୦ ଭାରତୀୟ ବୁଧବାର ରାତି ସୁଦ୍ଧା ସ୍ୱଦେଶ ଫେରିବେ ବୋଲି ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ସୂଚନା ଦେଇଛନ୍ତି ।