ଅଗ୍ନିପଥ ଯୋଜନା ବିକ୍ଷୋଭ ଯୋଗୁଁ ରେଳବାଇର ୨୫୯ କୋଟି ଟଙ୍କା କ୍ଷତ
ସେ କହିଛନ୍ତି ଯେ, ଅଗ୍ନିପଥ ବିରୋଧରେ ବିକ୍ଷୋଭ ତଥା ବିରୋଧ ଯୋଗୁଁ ୬୨ ସ୍ଥାନରେ ଟ୍ରେନ ସେବା ପ୍ରଭାବିତ ହୋଇଥିଲା….
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ଯୋଗୁ ୬୨ଟି ସ୍ଥାନରେ ଟ୍ରେନ ସେବା ପ୍ରଭାବିତ ହୋଇଥିଲା । ଏହି ବିକ୍ଷୋଭ ଦ୍ୱାରା ରେଳବାଇରେ ୨୫୯.୪୪ କୋଟି ଟଙ୍କା କ୍ଷତି ଘଟିଛି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଗ୍ନିପଥ ବିରୋଧରେ ବିକ୍ଷୋଭ ତଥା ବିରୋଧ ଯୋଗୁଁ ୬୨ ସ୍ଥାନରେ ଟ୍ରେନ ସେବା ପ୍ରଭାବିତ ହୋଇଥିଲା । ଜୁନ୍? ୧୫ରୁ ୨୩ ମଧ୍ୟରେ ମୋଟ ୨୧୩୨ ଟ୍ରେନ୍ ବାତିଲ କରାଯାଇଥିଲା ।