ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ ପଡିଲା ୨୬ଟି ଔଷଧ

ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ ପଡିଲା ୨୬ଟି ଔଷଧ …

ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ ପଡିଲା ୨୬ଟି ଔଷଧ । କ୍ୟାନସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ ସଲ୍ଟ ରାଣ୍ଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି । ସେହିପରି ରାନଟାକ ମେଡିସିନ ମଧ୍ୟ ବାଦ ପଡିଛି । ପେଟ ଖରାପ କିମ୍ବା ଗ୍ୟାସ ଭଳି ସମସ୍ୟା ଦେଖାଦେଲେ ଡାକ୍ତର ରାଣ୍ଟିଡାଇନକୁ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହି ଟାବଲେଟ ଏସିଲୋକ, ଜିନେଟାକ ଏବଂ ରାନଟାକ ଭଳି ନାଁରେ ବିଭିନ୍ନ ମେଡିସିନ ଷ୍ଟୋରରେ ବିକ୍ରି ହୋଇଥାଏ ।

ଯଦି ଆପଣ ମଧ୍ୟ ଏହି ମେଡିସିନଗୁଡିକୁ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତି । କାରଣ ଏହା କ୍ୟାନରସର କାରଣ ହୋଇପାରେ । ତେଣୁ ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ ଏସେନ୍ସିଆଲ ମେଡିସିନ ଜାରି କରାଯାଇଛି । ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ଏଥିରୁ ବାଦ୍‌ ଦିଆଯାଇଛି ।