ଆଇଏଏସ୍ କୁ ଉନ୍ନିତ ହେଲେ ୩ ଓଏଫ୍ଏସ୍ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ର ୩ ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍ ପଦବୀକୁ ଉନ୍ନିତ ହୋଇଛନ୍ତି । ଏମାନେ ହେଲେ ଓଏଫ୍‌ଏସ୍ ଅଧିକାରୀ ଡଃ ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟ । ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ୩ଜଣ ଅଧିକାରୀଙ୍କୁ ୨୦୨୦ ଚୟନ ତାଲିକାରେ ସାମିଲ କରାଯାଇଛି ।

ଭାରତୀୟ ପ୍ରଶାସନିକ ସେବା ଅଧିନିୟମ-୧୯୫୪ ଆଧାରରେ ପରବର୍ତ୍ତୀ ସମୟରେ ଏହି ତିନି ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯିବ । ଏଣୁ ୩ ଅଧିକାରୀଙ୍କ ବରିଷ୍ଠତା ଓ କ୍ୟାଡର ବର୍ଷ ନିର୍ଦ୍ଧାରଣ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ନିର୍ଦ୍ଧାରିତ ଫର୍ମାଟ୍‌ରେ ପଠାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖିଛି ।