ଜମ୍ମୁ-କଶ୍ମୀର ଘାଟିରେ ହସିମ ମୁସାଙ୍କ ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଘାଟିରେ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ସଫଳ ହୋଇଛି । ସୋମବାର ଦିନ ଭୋର ସମୟରେ ଜମ୍ମୁ-କଶ୍ମୀରସ୍ଥିତ ହରୱାନ ଜଙ୍ଗଲକୁ ତନ୍ନ ତନ୍ନ କରି ତଲାସି କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ କବଳରୁ ମୁକୁଳିବା ଅସମ୍ଭବ ଜାଣିବା ପରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଅବଶେଷରେ ପେହଲଗାମ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ହସିମ ମୁସାଙ୍କ ସମେତ ୩ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ହାସିମ ସୀମାପାର ଆତଙ୍କୀ କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା ।

ସଂସଦରେ ଅପରେସନ୍ ସିନ୍ଦୁର ବିତର୍କ ଆରମ୍ଭ ହେବା ସୁନିଶ୍ଚିତ ଜାଣିବା ପରେ ଭାରତ ସରକାରଙ୍କ ପକ୍ଷରୁ ଆତଙ୍କୀ ବିରୋଧୀ ତତ୍ପରତା ପ୍ରକାଶ ପାଇଥିଲା ।