ସେନା ଗୁଳିରେ ୩ ଆତଙ୍କବାଦୀ ନିପାତ

ଏନେଇ କଶ୍ମୀର ଜୋନ ପୁଲିସ ସୂଚନା ପ୍ରଦାନ କରିଛନ୍ତି…

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସୋପିୟାଁରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ସଂଘର୍ଷ ସମୟରେ ସୁରକ୍ଷାବଳ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ମୃତ ଆତଙ୍କବାଦୀ ଦ୍ୱୟ ଲସ୍କର-ଏ-ତୈୟବାର ସଦସ୍ୟ ଥିଲେ ଯିଏକି ଘାଟିରେ ଏକ ବଡ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏନେଇ କଶ୍ମୀର ଜୋନ ପୁଲିସ ସୂଚନା ପ୍ରଦାନ କରିଛନ୍ତି । ପୁଲିସ ଅଧିକାରୀ କହିଛନ୍ତି ଯେ, ସୋପିୟାଁର ନାଗବଳ ଅଞ୍ଚଳରେ ଆତଙ୍କବାଦୀ ମହଜୁଦ ଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳିଥିଲା । ପରେ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।