ପଞ୍ଜାବ: ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ପଞ୍ଜାଵ ସିଭିଲ ସର୍ଭିସରେ ସରକାର ୩୩ ପ୍ରତିଶତ ରିଜର୍ଭେସନ୍ ନେଇ ଅନୁମୋଦନ କରିଛନ୍ତି ।ସାମାଜିକ ସଂସ୍କାର ଦିଗକୁ ଅଗ୍ରସର ହେବା କ୍ଷେତ୍ରରେ ଏବଂ ପୂର୍ବ ପ୍ରତିଶ୍ରୁତି ପାଳନ କରି ପଞ୍ଜାବର କଂଗ୍ରେସ ସରକାର ସିଭିଲ ସର୍ଭିସରେ ପ୍ରତ୍ୟକ୍ଷ ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି।
ରାଜ୍ୟ କ୍ୟାବିନେଟ ପଞ୍ଜାବ ସିଭିଲ ସର୍ଭିସେସ୍ (ମହିଳାଙ୍କ ପାଇଁ ପୋଷ୍ଟର ସଂରକ୍ଷଣ) ନିୟମ, ୨୦୨୦କୁ ଅନୁମୋଦନ ମିଳିଛି। ଯେଉଁଥିରେ ସରକାରୀ ପଦବୀରେ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ତଥା ଗ୍ରୁପ୍ ଏ, ବି, ସି ଏବଂ ଡିରେ ଥିବା ପୋଷ୍ଟଗୁଡିକ ପାଇଁ ବୋର୍ଡ ଏବଂ କର୍ପୋରେସନ୍ ପାଇଁ ନିୟମ ରହିଛି।ଏହା ବ୍ୟତୀତ, ଚତୁର୍ଥ ଶ୍ରେଣୀ କିମ୍ବା ତୃତୀୟ ଶ୍ରେଣୀରୁ କ୍ଲର୍କ କ୍ୟାଡରକୁ ପଦୋନ୍ନତି ପାଇଁ ସଂରକ୍ଷିତ କୋଟାକୁ ବର୍ତ୍ତମାନର ୧୫ ପ୍ରତିଶତ ରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଁ କ୍ୟାବିନେଟ୍ ଅନୁମୋଦନ ମଧ୍ୟ ପ୍ରଦାନ କରିଛନ୍ତି।
କ୍ୟାବିନେଟ ନିଷ୍ପତ୍ତିକୁ ଐତିହାସିକ ବୋଲି କହି ପଞ୍ଜାବ ସାମାଜିକ ସୁରକ୍ଷା, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅରୁଣା ଚୌଧୁରୀ, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସମଗ୍ର ମନ୍ତ୍ରୀ ପରିଷଦକୁ କୃତଜ୍ଞତା ଜଣାଇବା ସହ ଏହା ରାଜ୍ୟରେ ମହିଳାମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମତ ରଖିଛନ୍ତି ।