ଇଟାନଗର :ସମସ୍ତେ ଆସାମର ବାସିନ୍ଦା ଥିଲେ । ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲଲାର ସେସା ଜଳପ୍ରପାତ ଅଂଚଳର ଏକ ନଦୀ କୂଳରୁ ଚାରି ଜଣଙ୍କ ମୃତଦେହ ମିଳିଛି । ମୃତଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଜୁଲାଇ ୧୯ ପରଠାରୁ ଏହି ଚାରିଜଣଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଏ ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା ।