ନୂଆଦିଲ୍ଲୀ: ଏଥିରେ ଜାମ୍ମୁ-କାଶ୍ମୀରର କିଶତବାଡ ଜିଲ୍ଲାରେ ଚିନାବ ନଦୀରେ ୫୪୦ ମେଗାୱାଟର ଜଳ ବିଦ୍ୟୁତ ପରିଯୋଜନା ପାଇଁ ୪୫୨୬.୧୨ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ମାମଲାରେ ମନ୍ତ୍ରୀମଣ୍ଡଳୀୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରିଯୋଜନା କାମ ମେସର୍ସ ଚିନାବ ବେଲୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ କରିବ । ଏହି ପରିଯୋଜନା ଦ୍ୱାରା ବିଜୁଳି ଉତ୍ପନ୍ନ ହେବ ବୋଲି ଜଣାପଡିଛି ।