ଅକ୍ଟୋବର ସୁଦ୍ଧା ୫-ଜି ସେବା

ନିକଟରେ ୫ ଜି ସ୍ପେକ୍ଟ୍ରମ ନିଲାମୀରୁ ଏହା ସ୍ପଷ୍ଟ ହୋଇଛି….

ନୂଆଦିଲ୍ଲୀ : ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ଦୂରସଞ୍ଚାର ଉଦ୍ୟୋଗ ଜଗତର ବିପୁଳ ସମର୍ଥନ ମିଳିଛି । ନିକଟରେ ୫ ଜି ସ୍ପେକ୍ଟ୍ରମ ନିଲାମୀରୁ ଏହା ସ୍ପଷ୍ଟ ହୋଇଛି । ଭାରତ ସରକାର ୭୨,୦୯୮ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମୀ ପାଇଁ ଜାରି କରିଥିଲେ, ଏଥିମଧ୍ୟରୁ ୫୧,୨୩୬ ମେଗାହର୍ଜ (ମୋଟ ସ୍ପେକ୍ଟ୍ରମର ୭୧%) ସ୍ପେକ୍ଟ୍ରମ ୧,୫୦,୧୭୩ କୋଟି ଟଙ୍କାରେ ବିକ୍ରି ହୋଇଛି ।

ମେସର୍ସ ଆଦାନୀ ଡାଟା ନେଟୱର୍କସ ଲିମିଟେଡ ୨୬ ଗିଗାହର୍ଜ ଏମଏମ ୱେଭ ବ୍ୟାଣ୍ଡରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ମେସର୍ସ ଭାରତୀ ଏୟାରଟେଲ ଲିମିଟେଡ ୯୦୦, ୧୮୦୦, ୨୧୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୧୯,୮୬୭.୮ ମେଗାହର୍ଜ ସ୍ପ?କ୍ଟ୍ରମ ହାସଲ କରିଛି । ମେସର୍ସ ରିଲାଏନ୍ସ ଜିଓ ଇନଫୋକମ ଲିଃ ୭୦୦, ୮୦୦, ୧୮୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ମୋଟ୍‌? ୨୪,୭୪୦ ମେଗାହର୍ଜ ସ୍ପେକ୍ଟ୍ରମ ପାଇଛି ।