ଟୀକା ପାଇଁ ବଳିପଡିବ ୫ଲକ୍ଷ ସାର୍କଙ୍କ ଜୀଵନ

କରୋନା ଭୂତାଣୁ ଟୀକା ପାଇଁ ଯିବ ୫ଲକ୍ଷ ସାର୍କଙ୍କ ଜୀଵନ । ବନ୍ୟଜନ୍ତୁ ବିଶେଷଜ୍ଞ ଏ ନେଇ ସତର୍କ କରାଇଛନ୍ତି। ସାର୍କର ଯକୃତରେ ଏକ ପ୍ରକାରର ତେଲ ରହିଥାଏ, ଯାହାକୁ ଟିକାର ସାମଗ୍ରୀ ଭାବରେ ବ୍ୟବହୃତ ହୁଏ | ତେଣୁ ଟୀକା ପାଇଁ ବନ୍ୟଜନ୍ତୁଙ୍କ ଜୀବନ ଅପେକ୍ଷା ଅନ୍ୟ ବାଟ ଅବଲମ୍ବନ ପାଇଁ ଉପଦେଶ ଦେଇଛନ୍ତି ବିଶେଷଜ୍ଞ|


କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଟୀକା ସାମଗ୍ରୀରେ ସାର୍କର ଯକୃତରେ ମିଳୁଥିବା ତେଲ ବିଷୟରେ କୁହାଯାଇଛି | ଏହା ଟୀକାର ପ୍ରଭାବକୁ ବଢ଼ାଇବା ପାଇଁ ବ୍ୟବହୃତ ହୁଏ | ଆମେରିକାର କାଲିଫର୍ନିଆର ସାର୍କ ଅଲାଇଜ୍ ଆସୋସିଏସନ୍ କହିଛି ଯେ, ଏହି ଟିକା ପାଇଁ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ। ସାର୍କ ଯକୃତରେ ସ୍କ୍ୱାଲେନ ନାମକ ଏକ ପଦାର୍ଥ ମିଳିଥାଏ | ଏହା ଏକ ପ୍ରକାର ପ୍ରାକୃତିକ ତେଲ ହୋଇଥାଏ |

ବର୍ତ୍ତମାନ ମାନବ ପରୀକ୍ଷଣ ସମୟରେ ସ୍ବେଚ୍ଛାସେବୀଙ୍କୁ ଅଧିକାଂଶ କରୋନା ଟୀକାର ଦୁଇଟି ଡୋଜ ଦିଆଯାଉଛି |ତେଣୁ ସାର୍କ ଅଲାଇଜ୍ ପକ୍ଷରୁ କୁହାଯାଇଛି ଯେ, ଯଦି ବିଶ୍ବର ଲୋକଙ୍କୁ କରୋନା ଟିକା ର ଗୋଟିଏ ମାତ୍ର ଡୋଜ ଆବଶ୍ୟକ ହୁଏ, ତେବେ ୨.୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ, କିନ୍ତୁ ଯଦି ଦୁଇଟି ଡୋଜ ଆବଶ୍ୟକ ହୁଏ ତେବେ ୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିବ।

ଟୀକା ପ୍ରସ୍ତୁତିର କ୍ଷତିକୁ ନେଇ ସାର୍କ ଅଲାଇଜ୍ ଦଳର ପ୍ରତିଷ୍ଠାତା ଷ୍ଟିଫନି ବ୍ରେଣ୍ଡିଲ୍ କହିଛନ୍ତି ଯେ, କୌଣସି ଜିନିଷ ପାଇଁ ବଣୁଆ ଜନ୍ତୁକୁ ହତ୍ୟା କରିବା ସ୍ଥାୟୀ ସମାଧାନ ନୁହେଁ ବିଶେଷତଃ ଯେତେବେଳେ ଜୀବଜନ୍ତୁଙ୍କର ବୃହତ ପ୍ରଜନନ ନଥାଏ। ସେତେବେଳେ ତ ବିଲକୁଲ ନୁହେଁ । ତେଣୁ କରୋନା ମହାମାରୀର ଶଙ୍କଟ ସମୟରେ ଟିକା ପ୍ରସ୍ତୁତି ପ୍ରକ୍ରିୟାକୁ ମନ୍ଥର ନୁହେଁ ବରଂ ଏହାର ଅନ୍ୟ କିଛି ସମାଧାନର ରାସ୍ତା ଖୋଜିବା ପାଇଁ ସେ କରିବାକୁ ଉପଦେଶ ଦେଉଛନ୍ତି।