ଆସନ୍ତା ବର୍ଷରୁ ବଡ ବଡ ସହରରେ ୫ଜି ସେବା

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ବଡ ବଡ ସହରରେ ୫ଜି ସେବା ଆରମ୍ଭ ହେବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମେଟ୍ରୋ ସହର ଏବଂ ଗୁରୁଗାଓଁ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ବଡ଼ ସହରରେ ଖୁବଶୀଘ୍ର ଗ୍ରାହକ ୫ଜି ସେବା ପାଇବେ । ସରକାର ଆସନ୍ତା ବର୍ଷରେ ସ୍ପେକ୍ଟ୍ରମ ନିଲାମ କରିବେ ବୋଲି ଏକ ବିୋଷ ସୂତ୍ରରୁ ଜଣାପଡ଼ିଛି ।

ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ମେଟ୍ରୋ ସହରରେ ୫ଜି ପରୀକ୍ଷଣ ସାଇଟ ସ୍ଥାପନ କରିଛନ୍ତି । ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷେ୍ନø, ପୁଣେ, ଗାନ୍ଧୀନଗର ଭଳି ବଡ଼ ବଡ଼ ସହରରେ ଆସନ୍ତାବର୍ଷ ୫ଜି ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଥିବା ଜଣାପଡିଛି । ପ୍ରକାଶ ଯେ, ୫ଜି ପରୀକ୍ଷଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି ।