ନୂଆଦିଲ୍ଲୀ : ବଜେଟ-୨୦୨୨ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ ଟେଲିକମ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସାଧାରଣ ବଜେଟରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଦେଶରେ ୫ଜି ସେବା ଆରମ୍ଭ କରିବା ପାଇଁ ଚଳିତ ବର୍ଷ ସ୍ପେକ୍ଟ୍ରମ ନିଲାମୀ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ପିଏଲଆଇ ଯୋଜନା ଅଧିନରେ ୫ଜିରେ ଡିଜାଇନ ମାନ୍ୟୁଫେକଚରିଂ ଯୋଜନାର ଆରମ୍ଭ କରାଯିବ ।
ସେହିପରି ୫ଜି ନେଟୱାର୍କରେ ନିବେଶ ପାଇଁ ଏକ ସୁସ୍ଥ ପରିବେଶ ଦିଗରେ ଦେଶ ଆଗକୁ ବଢୁଛି । ସର୍ଭେକ୍ଷଣେ ଭାରତୀୟ ଟେଲିକମ କ୍ଷେତ୍ର ପାଇଁ ଗଠନ ମୂଳକ ସୁଧାରକୁ ରେଖାଙ୍କିତ କରି କହୁଯାଇଥିଲା, ଟେଲିକମ ସେକ୍ଟରେ ସୁଧାର ଏବଂ ଭିତ୍ତିଭୂମିରେ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ କୌଣସି ଦେଶର ସାମାଜିକ ଏବଂ ଆର୍ଥିକ ବିକାଶକୁ ପ୍ରଭାବିତ କରିବାରେ ଦୂରସଂଚାର କ୍ଷେତ୍ର ସବୁଠାରୁ ବଡ ଭୂମିକା ଗ୍ରହଣ କରିଥାଏ ।