୨୦ ଘଣ୍ଟା ଫ୍ରିଜର୍‌ରେ ରହିବା ପରେବି ଜୀବନ୍ତ ବାହାରିଲେ ବୃଦ୍ଧ

ଚେନ୍ନାଇ: କୁହାଯାଏ ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ । ତାମିଲନାଡୁ ରାଜଧାନୀ ଚେନ୍ନାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। । ଆଶ୍ଚର୍ଯ୍ୟ କଥା ହେଲା ଜଣେ ବୟସ୍କ ବ୍ୟକ୍ତିଙ୍କୁ ମୃତ ଭାବି ତାଙ୍କ ସମ୍ପର୍କୀୟ ଫ୍ରିଜର ବକ୍ସରେ ୨୦ ଘଣ୍ଟା ଯାଏଁ ଫ୍ରିଜରେ ରହିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି।

ତେବେ ମୃତଦେହ ଖରାପ କିଭଳି ନ ହେବ ତାଙ୍କ ପରିବାର ଲୋକ ଆସିବା ଯାଏଁ ସେଥିପାଇଁ ଫ୍ରିଜରେ ରଖାଯାଇଥାଏ। ଏହାକୁ ଆଧାର କରି ଚେନ୍ନାଇ କଦମପଟ୍ଟୀ ଅଞ୍ଚଳର ୭୩ ବର୍ଷ ବୟସ୍କ ବାଲସୁବ୍ରମଣ୍ୟମଙ୍କୁ ସାନ ଭାଇ୨୦ ଘଣ୍ଟା ଯାଏଁ ଫ୍ରିଜରେ ରହିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା। ଡାକ୍ତର ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ସେ ବଞ୍ଚିଥିବା ଜାଣିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁସାରେ, ଏହି ଘଟଣାଟି ଚେନ୍ନାଇ କଦମପଟ୍ଟୀ ଅଞ୍ଚଳରେ ଘଟିଛି । ୭୩ ବର୍ଷ ବୟସ୍କ ବାଲସୁବ୍ରମଣ୍ୟମ ୭୦ ବର୍ଷ ବୟସ୍କ ସାନ ଭାଇ ଭାଇ ଶ୍ରବଣଙ୍କ ସହିତ ରୁହନ୍ତି। ସୋମବାର ଦିନ ବାଲସୁବ୍ରମଣ୍ୟମ ବେହୋସ ହୋଇଯାଇଥିଲେ। ତାଙ୍କ ସାନ ଭାଇ ଭାବିଲେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ନ ଆସିବା ଯାଏଁ ମୃତଦେହ ଖରାପ ହୋଇଯିବ ବୋଲି ସେ ଫ୍ରିଜର ବକ୍ସ ମଗାଇଥିଲେ। ଆଉ ଶିହିଦିନହାନୀ ଶ୍ରବଣ ଫ୍ରିଜର ବକ୍ସ ଡେ଼ଲିଭରୀ କରୁଥିବା ଦୋକାନକୁ ଫୋନ କରି ଏକ ବକ୍ସ ମଗାଇଥିଲେ। ସେହି ଦିନ ସନ୍ଧ୍ୟା ୪ଟାରେ ବକ୍ସ ଡେଲିଭରୀ ହୋଇଥିଲା।

ଦୋକାନର କର୍ମଚାରୀଙ୍କ କହିବା ମୁତାବିକ , କାମ ଶେଷ ହେବାପରେ ଦୁଇ ଦିନ ପରେ ସେ ଫ୍ରିଜର ବକ୍ସ ନେଇଯିବେ ବୋଲି ତାଙ୍କୁ କହିଥିଲେ। ଦୁଇ ଦିନ ପରେ ଯେତେବେଳେ ଦୋକାନ କର୍ମଚାରୀ ଫ୍ରିଜର ବକ୍ସ ନେବାକୁ ଆସିଲେ, ଫ୍ରିଜର ଭିତରେ ହଲଚଲ ହୋଇଥିଲା। ଭଲ ଭାବେ ଦେଖିବା ପରେ ମଣିଷ ହାତ ହଲୁଥିବାର ସେ ଦେଖିଥିଲେ। ଏହା ଦେଖିବା ପରେ ସେ ବାଲସୁବ୍ରମଣ୍ୟମଙ୍କୁ ଫ୍ରିଜରରୁ ବାହାର କରିଥିଲେ ଓ ହସ୍ପିଟାଲ ନେଇଯାଇଥିଲେ। ଡାକ୍ତର ତାଙ୍କୁ କିଛି ଘଣ୍ଟା ଯାଏଁ ଆଇସିୟୁରେ ରଖିଥିଲେ। ତେବେ ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଡାକ୍ତର କହିଛନ୍ତି।

ଅନ୍ୟପଟେ ଘଟଣାରେ ପୋଲିସ କହିଛି ଯେ ,ବାଲସୁବ୍ରମଣ୍ୟମଙ୍କ ସାନ ଭାଇ ଶ୍ରବଣଙ୍କ ମାନସିକ ଅବସ୍ଥା ଠିକ ନାହିଁ। ତେବେ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ପଚରାଉଚୁରା କରାଯିବ ବୋଲି ପୋଲିସ କହିଛି।