ପାଇଲଟଙ୍କ ହରତାଳ ଯୋଗୁ ୮ଶହ ଫ୍ଲାଇଟ୍‌ ବାତିଲ

ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଏହି ଦିନିକିଆ ହରତାଳ ଡାକରା ଦେଇଥିଲେ…..

ନୂଆଦିଲ୍ଲୀ: ଜର୍ମାନରେ ପାଇଲଟଙ୍କ ହରତାଳ ପାଇଁ ଲୁପଥାନସା ଏୟାରଲାଇନ୍ସକୁ ତାର ୮୦୦ ଫ୍ଲାଇଟ ବାତିଲ କରିବାକୁ ପଡିଛି । ବିମାନଙ୍କ ଉଡାଣ ରଦ୍ଦ ହେବା ଯୋଗୁ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ପାଇଲଟମାନେ ସେମାନଙ୍କ ଦାବିକୁ ନେଇ ଏହି ହରତାଳ କରିଛନ୍ତି । ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଏହି ଦିନିକିଆ ହରତାଳ ଡାକରା ଦେଇଥିଲେ । ପାଇଲଟଙ୍କ ବେତନ ବୃଦ୍ଧି ଲାଗି ଆଲୋଚନା ବିଫଳ ହେବା ଯୋଗୁ ୨୪ଘଣ୍ଟିଆ ହରତାଳ ଆହ୍ୱାନ ଦିଆଯାଇଥିଲା ।

ଏଥିରେ ଉଭୟ ଯାତ୍ରୀ ଓ କାର୍ଗୋ ସେବା ପ୍ରଭାବିତ ହେବ ବୋଲି କୁହାଯାଇଥିଲା । ପାଇଲଟ ୟୁନିୟନ ତାଙ୍କର ୫ ହଜାରରୁ ଅଧିକ ପାଇଲଟଙ୍କ ବେତନରେ ୫.୫ ପ୍ରତିଶତ ଅଭିବୃଦ୍ଧି ସାଙ୍ଗକୁ ମହଙ୍ଗା ବୃଦ୍ଧି ଯୋଗୁ କ୍ଷତିପୂରଣ ଦାବି କରିଥିଲେ । ତେବେ ଲୁପଥାନସା ମୁଖପାତ୍ର ପାଇଲଟ ସଂଘଙ୍କ ସହ ଖୁବଶୀଘ୍ର ଆଲୋଚନା ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।