୮୪ ଡାକ୍ତରଙ୍କୁ କରୋନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ (ଏନ୍‌ଏମସିଏଚ)ରେ ୮୪ ଡାକ୍ତର କରୋନା ଚିହ୍ନଟ ହୋଇଛନ୍ତି । ୧୯୪ ଡାକ୍ତରଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ସେଥିରୁ ୮୪ ନମୁନା ପଜିଟିଭ ଆସିଛି । ଗୋଟିଏ ହସ୍ପିଟାଲରେ ଏତେସଂଖ୍ୟକ ଡାକ୍ତର ସଂକ୍ରମିତ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ସୃଷ୍ଟି ହେବା ସହ ଚିକିତ୍ସା ସେବା ପ୍ରଭାବିତ ହୋଇପାରେ ।

ସେହିପରି ଆହୁରି ୨୦୦ ଡାକ୍ତରଙ୍କର କୋରାନା ଟେଷ୍ଟ କରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଆହୁରି ଡାକ୍ତର ପଜିଟିଭ୍‌ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।