ମମତାଙ୍କ କ୍ୟାବିନେଟରେ ୯ ନୂଆ ମନ୍ତ୍ରୀ

ଅନ୍ୟପଟେ ଆଦିବାସୀ ନେତା ବୀରବାହ ହାସଦା ଓ ବିପ୍ଳବ ରାୟ ଚୌଧୁରୀ ରାଜ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି….

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ମମତା ବିଜେପିରୁ ଟିଏମସି ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ ୯ଜଣ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି । ବାବୁଲଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟମ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୁସେନ ଓ ସତ୍ୟଜିତ ବର୍ମନଙ୍କୁ ରାଜ୍ୟପାଳ କ୍ୟାବିନେଟ ମନ୍ତ୍ରୀ ରୂପେ ଶପଥପାଠ କରାଇଛନ୍ତି । ଅନ୍ୟପଟେ ଆଦିବାସୀ ନେତା ବୀରବାହ ହାସଦା ଓ ବିପ୍ଳବ ରାୟ ଚୌଧୁରୀ ରାଜ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଦ୍ୱାରା ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ।