ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବିରଲା ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଚିତ୍ର। ମଧ୍ୟପ୍ରଦେଶ ଗ୍ୱାଲିଅରରେ ରହୁଥିବା ଜଣେ ୯ ବର୍ଷୀୟା ଶିଶୁର ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ମସ୍ତିସ୍କରେ ହୋଇଥିବା ଟ୍ୟୁମରକୁ କାଢିବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି୯ ବର୍ଷୀୟା ଶିଶୁ ସୌମ୍ୟା ଅସ୍ତ୍ରୋପଚାର ସମୟରେ ସୌମ୍ୟା ପିଆନୋ ବଜାଉଥିଲେ।ଏହି ସମୟରେ ହିଁ ଅତି ସହଜରେ ଟ୍ୟୁମରକୁ କାଢିଦେଇଥିଲେ ଡାକ୍ତର ।
ଅସ୍ତ୍ରୋପଚାର ପରେ ସୌମ୍ୟା କହିଛନ୍ତି ଯେ, ସେ ଦୀର୍ଘ ୬ ଘଣ୍ଟା ଧରି ପିଆନୋ ବଜାଉଥିଲେ ।ଏହାସହ ମୋବାଇଲରେ ଗେମ୍ ମଧ୍ୟ ଖେଳିଥିଲେ । ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି । ଯେଉଁଥିରେ ତାଙ୍କୁ କିଛି ବି ଯନ୍ତ୍ରଣା ଅନୁଭବ ହୋଇନାହିଁ ।ଗ୍ୱାଲିଅରରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ହୋଇଥିବା ବେଳେ ଏହାର ଫୋଟୋଗ୍ରାଫି କରଯାଇଥିଲା ।

ଡାକ୍ତରଙ୍କ ରିପୋର୍ଟ ଅନୁସାରେ, ଯେତେବେଳେ ସୌମ୍ୟାଙ୍କ ବାପା ମାଆ ତାଙ୍କୁ ଅପରେସନ ପାଇଁ ଆଣିଥିଲେ ସେତେବେଳେ ଡାକ୍ତରମାନେ ଏହା ଏକ କଠିନ ଅସ୍ତ୍ରୋପଚାର ବୋଲି କହିଥିଲେ । ଏପରିକି ମସ୍ତିସ୍କରେ ଥିବା କିଛି ଶିରା ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥିଲା । ପରେ ସୌମ୍ୟାଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ରାଜି ହୋଇଥିଲେ । କିନ୍ତୁ ଚାହିଁବା ଅବସ୍ଥାରେ ହିଁ ଅସ୍ତ୍ରୋପଚାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାକୁ ନେଇ ଅସ୍ତ୍ରୋପଚାର ବେଳେ ସୌମ୍ୟା ପିଆନୋ ବଜାଇଥିଲେ । ଡାକ୍ତରମାନେ ମଧ୍ୟ ତାଙ୍କୁ ପିଆନୋ ବଜାଇବାକୁ କହିଥିଲେ । ମସ୍ତିଷ୍କରେ ସାମାନ୍ୟ ଆନାସ୍ଥେସିଆ ଦିଆଯାଇ ଏହି ଅସ୍ତ୍ରୋପଚାର କରାଯାଇଥିଲା ।
ସୌମ୍ୟାଙ୍କ ଅସ୍ତ୍ରୋପଚାର କରିଥିବା ସ୍ନାୟୁ ବିଶେଷଜ୍ଞ ଅଭିଷେକ ଚୌହ୍ୱାନ କହିଛନ୍ତି ଯେ, ଏହି ଅପରେସନ ଚ୍ୟାଲେଞ୍ଜ୍ ଥିଲା ଯାହା ସଫଳ ହୋଇଛି । ଅସ୍ତ୍ରୋପଚାର ବେଳେ ଡାକ୍ତରୀ ଟିମ୍ ସୌମ୍ୟାଙ୍କୁ ପିଆନୋ ବଜାଇବାକୁ ଦେଇଥିଲେ । କାରଣ ଯଦି ସୌମ୍ୟା ନଖେଳି ଶୋଇଯାଇଥାନ୍ତେ ତେବେ ପକ୍ଷାଘାତର ସମ୍ଭାବନା ଥିଲା ବୋଲି ସେ କହିଛନ୍ତି । ଆଉ ଏଭଳି ଏକ ଯନ୍ତ୍ରଣାଦାୟକ ଯୁଦ୍ଧକୁ ସୌମ୍ୟା ଜିତିଥିବା ବେଳେ ତାଙ୍କ ସାହସକୁ ଚାରିଆଡୁ ପ୍ରସଂଶା କରଯାଉଛି ।ଆଉ ଜୀବନ ଯୁଦ୍ଧରେ ଏହି ଯନ୍ତ୍ରଣାରେ ସେ ବିଜୟୀ ହୋଇଥିବାରୁ ତାଙ୍କୁ ସମସ୍ତେ ସଲାମ କରୁଛନ୍ତି ।