ନୂଆଦିଲ୍ଲୀ(ଏସ୍ ନ୍ୟୁଜ):: ଦେଶରେ ମହାମାରୀ କରୋନା ଗ୍ରାଫ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ନାଁ ଧରୁନାହିଁ । ଦିନକରେ ଦେଶରେ ୬୯ ହଜାର ୮୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ ପୁଣି ୯୪୫୪ ଜଣଙ୍କ ପ୍ରାଣହାନୀ ଘଟିଛି । ୫୫ ହଜାର ୭୮୯ ଆକ୍ରାନ୍ତ ପ୍ରାଣ ହରାଇଲେଣି । ସେହିଭଳି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ଟପିଯାଇଛି । ମହାରାଷ୍ଟ୍ରରେ ସର୍ବାଧବକ ମୃତୁ୍ୟ ସଂଖ୍ୟା ୨୧ ହଜାର ୬୮୪କୁ ବୃଦ୍ଧି ପାଇଛି । ସେହିଭଳି ୬ ଲକ୍ଷ ୯୭ ହଜାରରୁ ଅଧିକ ଆକ୍ଟିଭ ମାମଲା ରହିଛି । ୨୨ ଲକ୍ଷ ୨୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।