ମହିଳାଙ୍କ ପାଇଁ ଏକ ବଡ ଆଦେଶ ଜାରି : ଯୋଗୀ ଆଦିତ୍ୟନାଥ ସରକାର

A big order is issued for women, the Yogi Adityanath government

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଚାକିରି କରୁଥିବା ମହିଳାଙ୍କ ପାଇଁ ଏକ ବଡ ଆଦେଶ ଜାରି କରିଛନ୍ତି । ଫଳରେ କୌଣସି ମହିଳା କର୍ମଚାରୀ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହିବେ ନାହିଁ । ବିଶେଷ ପରିସ୍ଥିତିରେ ଯଦି ମହିଳା କର୍ମଚାରୀଙ୍କୁ ରୋକାଯାଇଛି ତେବେ ସେଥିପାଇଁ ଲିଖିତ ଅନୁମତି ନେବାକୁ ପଡିବ ।

ଏଥିସହିତ ମହିଳାଙ୍କ ପାଇଁ କମ୍ପାନୀକୁ ନିଶୁଳ୍କରେ ଗାଡି ବ୍ୟବସ୍ଥା କରିବାକୁ ପଡିବ । ଯେଉଁ କମ୍ପାନୀରେ ମହିଳାମାନେ କାମ କରୁଛନ୍ତି ସେଠାରେ ସେମାନଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

ଯୋଗୀ ସରକାରଙ୍କ ଏହି ପଦକ୍ଷେପ ପରେ ମହିଳାଙ୍କୁ ଆଉ ନାଇଟ ଡ୍ୟୁଟି କରିବାକୁ ପଡିବନି । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ନିୟମ ସରକାରୀ ସମେତ ଘରୋଇ ସଂସ୍ଥାରେ ସମାନ ରୂପେ ଲାଗୁ ହେବ ।