ପ୍ୟାରିସ୍ : ବ୍ରିଟେନ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇ ୩୧ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଗୃହମନ୍ତ୍ରୀ ଜେରାଲ୍ଡ ଡାରମାନିନ କହିଛନ୍ତି ଯେ ଡଙ୍ଗାରେ ୩୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ମୃତଦେହ ଉଦ୍ଧାର ହୋଇଛନ୍ତି । ଦୁଇଜଣ ଜୀବିତ ସହ ଜଣେ ନିଖୋଜ ଥିବା କହିଛନ୍ତି । ଏନେଇ ମିଳିତ ଫରାସୀ ଏବଂ ବ୍ରିଟିଶ ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଯାତ୍ରୀମାନେ କେଉଁ ଦେଶର ନାଗରିକ ତାହା ଏଥିରେ ଦର୍ଶାଯାଇ ନାହିଁ । ବ୍ରିଟେନର ପ୍ରଧାନମନ୍ତ୍ରୀ ସରକାରଙ୍କ ବିପର୍ଯ୍ୟୟ କମିଟିର ଏକ ବୈଠକ ଡାକିଛନ୍ତି । ଏହି ଘଟଣାରେ ଚାରିଜଣ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ।
ଆହୁରି ପଢ଼ନ୍ତୁ...