ନୂଆଦିଲ୍ଲୀ: ଆରବ ସାଗରରେ ବୁଡିଲା ମାଲବାହୀ ଜାହାଜ । ଗୁଜୁରାଟ ପୋରବନ୍ଦର ଠାରୁ ୯୩ ନୌଟିକାଲ ମାଇଲ ଦୂରରେ ଏହି ଜାହାଜ ବୁଡି ଯାଇଛି । ଜାହାଜଟି ଗୁଜୁରାଟରୁ ୟୁଏଇ ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୨୨ ଜଣ କ୍ରୁ ସଦସ୍ୟ ଥିଲେ । ବର୍ତ୍ତମାନ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଦ୍ୱାରା ଉଦ୍ଧାର କାର୍ଯ୍ୟରେ ବାୟୁସେନା ହେଲିକାପ୍ଟର ଧ୍ରୁବକୁ ସାମିଲ କରାଯାଇଥିଲା । ସମସ୍ତ ୨୨ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ଆଇସିଜି ପକ୍ଷରୁ ସୂଚନା ଦିଆଯାଇଛି । ଜାହଜରେ ୬୦୦୦ଟି ବିଟୁମେନ ପରିବହନ କରାଯାଉଥିବା ଜଣାପଡିଛି ।