ସେଙ୍ଗୋଲକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ସେଙ୍ଗୋଲକୁ ନେଇ ତେଜିଲା ବିବାଦ । ରାଜଦଣ୍ଡ କହି ହଟାଇବାକୁ ଦାବୀ କଲେ ସମାଜବାଦୀ ପାର୍ଟି ସାଂସଦ । ନୂଆ ସଂସଦ ଭବନର ଲୋକସଭାରେ ପ୍ରତିଷ୍ଠା କରାଯାଇଥିବା ଐତିହାସିକ ଦଣ୍ଡ ସେଙ୍ଗୋଲକୁ ନେଇ ବିବାସ ସୃଷ୍ଟି ହୋଇଛି । ସପା ସାଂସଦ ଆରକେ ଚୌଧୁରୀ ଏହାକୁ ହଟାଇ ତା ସ୍ଥାନରେ ସମ୍ବିଧାନର ଏକ ପ୍ରତିକୃତି ସ୍ଥାପନ କରିବାକୁ ଦାବି କରିଛନ୍ତି । ଯାହାକୁ ବିଜେପି ଓ ଏନଡିଏର ଅନ୍ୟ ଦଳ ଏହାକୁ ସମାଲୋଚନା କରିଛନ୍ତି ।

ସପା ସାଂସଦ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଏକ ଚିଠି ଲେଖିଥିଲେ । ସେଥରରେ ସେ ଦର୍ଶାଇ ଥିଲେ ଯେ ସେଙ୍ଗୋଲ ହେଉଛି ପ୍ରାଚୀନ ରାଜତନ୍ତ୍ରର ପ୍ରତୀକ । ଗଣତାନ୍ତ୍ରୀକ ଭାରତରେ ଏହାର ଆବଶ୍ୟକତା ନାହିଁ । ସେଙ୍ଗୋଲର ଅର୍ଥ ରାଜଦଣ୍ଡ । ଏହା ରାଜାଙ୍କ ଦଣ୍ଡା । ଦେଶରୁ ରାଜତନ୍ତ୍ର ହଟିଲା ଏବଂ ଦେଶ ସ୍ୱାଧୀନତା ଲାଭ କରିବା ସହ ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଦେଶ ରାଜଦଣ୍ଡକୁ ନେଇ ଚାଲିବ ନା ଗଣତନ୍ତ୍ରକୁ ନେଇ । ତେଣୁ ଗଣତନ୍ତ୍ରକୁ ବଞ୍ଚାଇବା ସହ ତୁରନ୍ତ ସଂସଦରୁ ଏହି ରାଜଦଣ୍ଡକୁ ହଟାଯିବା ଆବଶ୍ୟକ । ଏହି ବୟାନକୁ ଅଖିଳେଶ ଯାଦବ ମଧ୍ୟ ସମର୍ଥନ କରିଛନ୍ତି ।

ବିରୋଧୀଙ୍କ ଏଭଳି ବୟାନକୁ ସମାଲୋଚନା କରିଛନ୍ତି ବିଜେପି ନେତା ଶେହଜାଦ ପୁନାୱାଲା । ସେ କହିଛନ୍ତି ଯଦି ଏହା ରାଜତନ୍ତ୍ରର ପ୍ରତୀକ ତେବେ ପଣ୍ଡିତ ଜବାହାରଲାଲ ନେହରୁ କିଭଳି ଏହାକୁ ଗ୍ରହଣ କରିଥିଲେ । ୟୁପି ମୁଖଗ୍ନ୍୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ସେଙ୍ଗୋଲ ବିରୋଧରେ ଏଭଳି ବୟାନ ଦେଇ ସପା ଓ ଇଣ୍ଡିଆ ମେଣ୍ଟର ନେତାମାନେ ତାମିଲ ସଂସ୍କୃତିକୁ ଅପମାନିତ କରିଛନ୍ତି ।