ଫିଲ୍ମ ସେଟରେ ଲାଗିଲା ନିଆଁ

ଉକ୍ତ ସେଟ ନିକଟରେ ରାଜଶ୍ରୀ ଫିଲ୍ମସର ମଧ୍ୟ ୨ଟି ସେଟ ପ୍ରସ୍ତୁତ କରାଯାଇଛି….

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ୱେଷ୍ଟ ଅଞ୍ଚଳରେ ଏକ ଫିଲ୍ମ ଷ୍ଟୁଡିଓ ସେଟରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । କାଠ ଓ ପ୍ଲାଷ୍ଟିକ ସାହଯ୍ୟରେ ଏହି ଫିଲ୍ମ ସେଟ ଏକ ଖୋଲା ପଡିଆରେ ପ୍ରସ୍ତୁତ କରାଯାଇଥିଲା । ସୂଚନାଯୋଗ୍ୟ, ଏହି ସେଟଟି ‘ଲଭ ରଞ୍ଜନ’ ଫିଲ୍ମର ହୋଇଥିବାବେଳେ ରଣବୀର କପୁର ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଉକ୍ତ ସେଟ ନିକଟରେ ରାଜଶ୍ରୀ ଫିଲ୍ମସର ମଧ୍ୟ ୨ଟି ସେଟ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୋଟିଏରେ ନିଆଁ ଲାଗିଥିବାବେଳେ ଅନ୍ୟଟି କିଛି ହୋଇନାହିଁ ।