ପାଇଲଟ୍‌ଙ୍କୁ ମରଣମୁଖରୁ ବଂଚାଇବ ଜୀବନ ରକ୍ଷାକାରୀ ସିଷ୍ଟମ୍‌

ନୂଆଦିଲ୍ଲୀ: ଲଢୁଆ ବିମାନ ତେଜାସ୍‌ ପାଇଲଟ୍‌ଙ୍କୁ ଆଉ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ଯନ୍ତ୍ରଣା ଜର୍ଜରିତ ଓ ଶ୍ୱାସରୁଦ୍ଧ ଅବସ୍ଥାରେ ପ୍ରାଣ ହରାଇବାକୁ ପଡ଼ିବନି । ଭାରତର ପ୍ରତିରକ୍ଷା ଗବେଷଣା ଓ ବିକଶିତ  ସଂସ୍ଥା (ଡିଆରଡିଓ) ପକ୍ଷରୁ ବିକଶିତ ଜୀବନ ରକ୍ଷାକାରୀ କୌଶଳ ଅବଲମ୍ବନ କରି ଏଣିକି ଦୁର୍ଘଟଣାଗ୍ରସ୍ତ ବିମାନ ଭିତରେ ପାଇଲଟ୍‌ଙ୍କୁ ସୁରକ୍ଷିତ ରଖା ଯାଇପାରିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପାରମ୍ପରିକ କୌଶଳ ଜରିଆରେ ବିମାନ ଭିତରେ ଏକ ଅମ୍ଳଜାନ ସିଲିଣ୍ଡର ଖଞ୍ଜା ଯାଉଥିଲା ଯାହା ପାଇଲଟ୍‌ଙ୍କୁ ଦରକାର ମୁତାବକ ଅମ୍ଳଜାନ ଯୋଗାଇ ଆସୁଥିଲା । ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଜୀବନ ରକ୍ଷାକାରୀ ସିଷ୍ଟମରେ ଲଢୁଆ ବିମାନ ଚାଳକଙ୍କ ଶ୍ୱାସକ୍ରିୟାରେ କୌଣସି ବାଧା ଉପୁଜିବନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲେ ମଧ୍ୟ ଚାଳକଙ୍କ ଶ୍ୱାସକ୍ରିୟାରେ ଲେଶମାତ୍ର ପ୍ରତିବନ୍ଧକ ସୃଷ୍ଟି ହେବନି ।