ଆମେରିକାକୁ ଖାତିର କରୁନି କିମ୍ : ପୁଣି ମିସାଇଲ ପରୀକ୍ଷଣ
ଆମେରିକାର ଧମକକୁ ଖାତିର କଲାନି ଉତ୍ତର କୋରିଆ । ଏକାଥରକେ ୮ ବାଲିଷ୍ଟିକ…
ନୂଆଦିଲ୍ଲୀ: ଆମେରିକାର ଧମକକୁ ଖାତିର କଲାନି ଉତ୍ତର କୋରିଆ । ଏକାଥରକେ ୮ ବାଲିଷ୍ଟିକ ମିସାଇଲ କଲା ପରୀକ୍ଷଣ । ଉତ୍ତର କୋରିଆ ଉପରେ ମିସାଇଲ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା । ହେଲେ ଏହାକୁ ଉତ୍ତର କୋରିଆ ଶାସକ କିମ ଉନ ଜଙ୍ଗ ଖାତିର କରିନାହାନ୍ତି । ଉତ୍ତର କୋରିଆ ୮ଟି ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରିଛି ।
ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି । ସେହିପରି ଜାପାନର ଫୌଦା ସମାଚାର ଏଜେନ୍ସି ଏକ ସରକାରୀ ସୂତ୍ର ଅନୁସାରେ ଉତ୍ତର କୋରିଆ ଏକାଧିକ ମିସାଇଲ ପରୀକ୍ଷଣ କରିଛି । କିମ ସପ୍ତାହକ ଭିତରେ ବାଲିଷ୍ଟିକ ମିସାଇଲ ସହ ଆଉ କେତେକ ମିସାଇଲର ମଧ୍ୟ ପରୀକ୍ଷଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର କୋରିଆ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି ।