ଦେଶରେ ନୂଆ ପ୍ରତିରକ୍ଷା ଇକୋସିଷ୍ଟମ ବିକଶିତ ହେଉଛି: ମୋଦୀ

ଆସନ୍ତାବର୍ଷ ଅଗଷ୍ଟ ନୌସେନା ପାଇଁ ୭୫ଟି ସ୍ୱଦେଶୀ ଜାହାଜ ନିର୍ମାଣ କରିବା ଏହି ଦିଗରେ ପ୍ରଥମ ପଦକ୍ଷେପ….

ନୂଆଦିଲ୍ଲୀ : ଦେଶରେ ନୂଆ ପ୍ରତିରକ୍ଷା ଇକୋସିଷ୍ଟମ ବିକଶିତ ହେଉଛି । ନୌସେନାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏକ ଛୋଟିଆ ଜିନିଷ ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରିବା ଅଭ୍ୟାସକୁ ଆମେ ଆପଣାଇଛୁ । ନିଶା ଅଭ୍ୟାସ ପରି ଆମକୁ ବିଦେଶରୁ ଜିନିଷ ଆମଦାନୀର ଅଭ୍ୟାସ ହୋଇଯାଇଛି । ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଉପରେ କାମ କରିବା ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଅତ୍ୟନ୍ତ ଜରୁରୀ । ଆସନ୍ତାବର୍ଷ ଅଗଷ୍ଟ ନୌସେନା ପାଇଁ ୭୫ଟି ସ୍ୱଦେଶୀ ଜାହାଜ ନିର୍ମାଣ କରିବା ଏହି ଦିଗରେ ପ୍ରଥମ ପଦକ୍ଷେପ । ଭାରତ ନିଜ ସ୍ୱାଧୀନତାର ଶତ ବାର୍ଷିକ ପାଳନ କରିବା ବେଳେ ଏହାର ପ୍ରତିରକ୍ଷା କ୍ଷେତ୍ର ଯେପରି ଶିଖର ଛୁଇଁଥିବ ସେହି ଲକ୍ଷ୍ୟ ନେଇ କାମ କରିବା ଦରକାର ତାହ ମଧ୍ୟ ସ୍ପଷ୍ଟ କରିଛନ୍ତି ।