ମାଡ଼ିଆସୁଛି ଭୟଙ୍କର ବାତ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ : ଜୁନ୍ ୧୫ ରେ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ​ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୋମବାର ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ବାତ୍ୟାକୁ ନେଇ ଆଇଏମଡି ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର ଉପକୂଳ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଗୁଜରାଟର ଦକ୍ଷିଣ ଓ ଉତ୍ତର ଉପକୂଳରେ ମାଛଧରା କାର୍ଯ୍ୟକୁ ବନ୍ଦ କରାଯାଇଛି।