୧୧ କୋଟିର ସମ୍ପତ୍ତି ଦାନ କଲେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ

ସୁନା ବ୍ୟବସାୟୀ ରାକେଶ ପ୍ରାୟ ୧୧ କୋଟି ଟଙ୍କାର ବ୍ୟବସାୟ ଏବଂ ସମ୍ପତ୍ତି ଦାନ….

ଜୟପୁର: ୧୧ କୋଟିର ସମ୍ପତ୍ତି ଦାନ କଲେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ । ମଧ୍ୟପ୍ରଦେଶର ବାଲାଘାଟର କୋଟି ପତି ସୁନା ବ୍ୟବସାୟୀ ରାକେଶ ସୁରାଣା ସପରିବାର ଜୟପରୁରେ ଜୈନ ଭଗବତୀ ଦୀକ୍ଷା ଗ୍ରହଣ କରିଛନ୍ତି । ଜୟପୁରର ଜୈନ ସନ୍ଥ ମହେନ୍ଦ୍ର ସାଗର ଜୀ ମହାରାଜ ସହ ବହୁ ସନ୍ଥ ଏହି ସମାରୋହରେ ସାମିଲ ହୋଇଥିଲେ । ଏହା ପ୍ରଥମ ଘଟଣା ଯେତେବେଳେ ମହାକୌଶଳ ଅଞ୍ଚଳର ଗୋଟିଏ ପରିବାର ଏକାସଙ୍ଗରେ ସାଂସାରିକ ଜୀବନ ତ୍ୟାଗ କରି ଦୀକ୍ଷା ନେଇଛନ୍ତି । ରାକଶ ସୁରାଣା ନିଜ ପତ୍ନୀ ଲୀନ ଏବଂ ୧୧ ବର୍ଷର ପୁଅ ଅମୟ ସହ ଦୀକ୍ଷା ଗ୍ରହଣ କରିଛନ୍ତି । ଏବେ ଜନ କଲ୍ୟାଣ ସହ ଆତ୍ମକଲ୍ୟାଣ ମାର୍ଗରେ ଆଗକୁ ବଢିଛନ୍ତି । ପ୍ରତିଷ୍ଠିତ ସୁନା ବ୍ୟବସାୟୀ ରାକେଶ ପ୍ରାୟ ୧୧ କୋଟି ଟଙ୍କାର ବ୍ୟବସାୟ ଏବଂ ସମ୍ପତ୍ତି ଦାନ କରି ଜୈନ ମୁନୀ ହୋଇଛନ୍ତି ।