ଉତ୍ତର ପ୍ରଦେଶ: ସଡକ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏକ କାର୍ କଣ୍ଟେନର ପଛପଟେ ପଶି ଯାଇଛି । କାରରେ ୭ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଉ ଜଣକର ସ୍ଥିତି ଗୁରୁତର ରହିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଶବ ବାହାର କରିଥିଲା । କାରକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଶବ ବାହାର କରାଯାଇଥିଲା । ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି ।