ନୂଆଦିଲ୍ଲୀ : ନିକଟରେ ଅଭିନେତ୍ରୀ ଶାଲୁ ଚୌରାସିଆ ଲୁଟର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତଙ୍କ ଆକ୍ରମଣ ସହ ଲୁଟର ଶିକାର ହୋଇଛନ୍ତି । ଏଥିରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଛନ୍ତି । ଅଭିନେତ୍ରୀ ଶାଲୁ ରାତି ପ୍ରାୟ ୮.୩୦ ସମୟରେ ଟୋନି ବନଜାରା ପାହାଡର କେବିଆର ପାର୍କରେ ବୁଲୁଥିବାବେଳେ ତାଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ୍ ଫୋନ୍ ଛଡାଇ ନେଇଯାଇଛନ୍ତି । ଏନେଇ ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଦେବାକୁ କହିଥିଲା ଏବଂ ସେ ବିରୋଧ କରିବାରୁ ବ୍ୟକ୍ତି ଜଣକ ତାଙ୍କ ମୁହଁରେ ଆଘାତ କରିଥିଲା । କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ତାଙ୍କୁ ପଥରରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲା । ଆକ୍ରମଣକାରୀ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ପଳାଇ ଯାଇଥିଲା । ଏହି ଅଭିନେତ୍ରୀଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କ ଅଭିଯୋଗ ଉପରେ ବନଜାରା ହିଲ୍ସ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ପୋଲିସ ଯାଞ୍ଚ କରୁଛି ।