ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଇଡି ଜାଲରେ
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ….
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜ୍ୟାକଲିନଙ୍କର ୭.୨୭ କୋଟିର ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ସୂଚନାଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ପୁଣିଥରେ ପଚରାଉଚୁରା ପାଇଁ ଜ୍ୟାକଲିନଙ୍କୁ ଇଡି ସମନ କରିପାରେ । ସୁକେଶ ଚନ୍ଦ୍ରଶେଖର ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମେତ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚୁରା କରିଛି । ପଚରାଉଚୁରା ସମୟରେ ନୋରାଙ୍କୁ ଇଡି ସାକ୍ଷ୍ୟ କରିଥିବାବେଳେ ଜ୍ୟାକଲିନଙ୍କୁ ଏପର୍ଯ୍ୟନ୍ତ କ୍ଲିନ ଚିଟ୍ ପ୍ରଦାନ କରିନାହିଁ ।