କୋଭିଡ ଜାଲରେ ଅଭିନେତ୍ରୀ କାଜୋଲ

ମୁମ୍ବାଇ : ବର୍ତ୍ତମାନ ବଲିଉଡରେ କୋଭିଡ ତାର କାୟା ମେଲାଇବାରେ ଲାଗିଛି । ଏଥିରେ ଅନେକ ବଡ ବଡ ଅଭିନେତା ଓ ଅଭିନେତ୍ରୀ ଏହି କୋଭିଡ ଜାଲରୁ ବର୍ତ୍ତି ପାରିନାହାନ୍ତି । ଏହା ମଧ୍ୟରେ ଅଭିନେତ୍ରୀ କାଜୋଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ କାଜଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ପରୀକ୍ଷା ପଜିଟିଭ ଚିହ୍ନଟ ହୋଇଛି । ସେ କହିଛନ୍ତି ଯେ ଖୁବ ଶୀଘ୍ର ଏଥିରୁ ମୁକୁଳିବି ।

ସେହିପରି ସେ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଅପିଲ କରିଛନ୍ତି ।