ଅଭିନେତ୍ରୀ ନୋରାଙ୍କୁ ୫ ଘଣ୍ଟା ଜେରା

୨୦୨୦ରେ ଏକ ଇଭେଣ୍ଟରେ ନୋରାଙ୍କୁ ସୁକେଶ ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ଦେଇଥିଲେ…..

ମୁମ୍ବାଇ : ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ୫ ଘଣ୍ଟା ଧରି ପଚରାଉଚାର କରିଛି । ତାଙ୍କୁ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଜେରା କରିଛି । ଠକ ସୁକେଶଠାରୁ ସେ ବିଏମଡବ୍ଲୁ କାର୍‌ ଉପହାର ପାଇଥିବା ନେଇ ଅଭିଯୋଗ ରହିଛି । ଦିଲ୍ଲୀ ପୋଲିସ ନୋରା ଫତେହିଙ୍କ ସମେତ ତାଙ୍କ ଭିଣୋଇ ବବି ଖାନ ଏବଂ ସୁକେଶର ସହଯୋଗୀ ପିଙ୍କି ଇରାନୀଙ୍କୁ ଏକାଠି ଜେରା କରିଛି ।

ପିଙ୍କି ସୁକେଶଙ୍କ ଗିଫ୍ଟ ଅଭିନେତ୍ରୀଙ୍କ ପାଖରେ ପହଞ୍ଚାଉ ଥିଲେ । ୨୦୨୦ରେ ଏକ ଇଭେଣ୍ଟରେ ନୋରାଙ୍କୁ ସୁକେଶ ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ଦେଇଥିଲେ । କିନ୍ତୁ ନୋରା ଉପହାର ନେବାକୁ ମନା କରାଦେବାରୁ ଏହାକୁ ସେ ନିଜ ଭିଣୋଇ ବବିଙ୍କୁ ଦେବାକୁ କୁହାଯାଇଥିବା ନୋରା କହିଛନ୍ତି । ତେବେ ସେ ଷଡଯନ୍ତ୍ରକାରୀ ନୁହଁନ୍ତି ବରଂ, ନିଜେ ଷଡଯନ୍ତ୍ରର ଶିକାର ହୋଇଥିଲେ ବୋଲି ନୋରା ଜେରା ସମୟରେ କହିଥିବାର ସୂଚନା ମିଳିଛି । ସେହିପରି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଥିଲା ।