ଅଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଗୋଟିଏ ସମୟରେ ତାଙ୍କ ସମ୍ପତ୍ତି ୧୫୫.୫ ବିଲିୟନ ଡଲାରରେ ପହଞ୍ଚି ଯାଇଥିଲା…..

ନୂଆଦିଲ୍ଲୀ: ୨୦୨୨ରେ ଅଦାନୀ ଗ୍ରୁପର ଚେୟାରମ୍ୟାନ୍‌ ଗୌତମ ଅଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ପରେ ପ୍ରତିଦିନ ନୂଆ ନୂଆ ମାଇଲଖୁଣ୍ଟ ଅତିକ୍ରମ କରୁଛନ୍ତି । ଫୋବର୍ସର ରିୟଲ ଟାଇମ ବିଲିନିୟର୍ସଙ୍କ ତାଲିକାରେ ଅଦାନୀ କିଛି ସମୟ ପାଇଁ ୨ୟ ସ୍ଥାନରେ ରହିଥିଲେ । ଅଦାନୀ ଫ୍ରାନ୍ସର ଉଦ୍ୟୋଗପତି ବର୍ଣ୍ଣାଡ ଅର୍ଣ୍ଣଲଟଙ୍କୁ ପଛରେ ପକାଇ ଦେଇଛନ୍ତି । ଗୋଟିଏ ସମୟରେ ତାଙ୍କ ସମ୍ପତ୍ତି ୧୫୫.୫ ବିଲିୟନ ଡଲାରରେ ପହଞ୍ଚି ଯାଇଥିଲା ।

କିନ୍ତୁ କିଛି ସମୟ ପରେ ସେ ପୁଣି ୩ୟ ସ୍ଥାନକୁ ଆସି ଯାଇଥିଲେ । ବର୍ତ୍ତମାନ ଅଦାନୀଙ୍କ ସମ୍ପତ୍ତି ୧୫୫.୨ ବିଲିୟନ ଡଲାର ରହିଛି । ଅନ୍ୟପଟେ ଟେସଲା ମାଲିକ ଏଲନ ମସ୍କ ୨୭୩.୫ ବିଲିୟନ ଡଲାର ସହ ବିଶ୍ୱର ସବୁଠୁ ଧନୀ ତାଲିକାରେ ଏବେ ବି ଶୀର୍ଷରେ ରହିଛନ୍ତି । ସୂଚନାଯୋଗ୍ୟ, ଆଜି ଅର୍ଥାତ ସେପ୍ଟେମ୍ବର ୧୬ରେ ଗୌତମ ଅଦାନୀଙ୍କ ସମ୍ପତ୍ତି ସର୍ବାଧିକ ବଢିଛି ।