ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ

ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି….

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଅାଫଗାନିସ୍ତାନ । ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ବୋଲି ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ତାନର ଫୈଜାବାଦ । ରିକ୍ଟର ସ୍କ?ଲରେ ଏହାର ତୀବ୍ରତା ଥିଲା ୪.୯ । ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁନ ୨୨ରେ ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ ୧୦୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ ।