ନୂଆଦିଲ୍ଲୀ: ମୁମ୍ବାଇ କନ୍ୟା ଶ୍ରଦ୍ଧାକୁ ପ୍ରେମ ଜାଲରେ ଫସାଇ ଦିଲ୍ଲୀକୁ ଆଣି ୩୫ ଟୁକୁଡ଼ା କରିବା ପରେ ଜଙ୍ଗଲରେ ପକାଇଥିବା ମହାନାଟକର ଜଘନ୍ୟ କଳାକାର ଅଫତାବ ଏବେ ପୁଲିସକୁ ହଳ ବୁଲାଉଛି । ଚାରିଦିନ ହେଲାଣି ଅଫତାବକୁ ଧରି ପୁଲିସ ଜଙ୍ଗଲ ସାରା ବୁଲୁଛି । ଶ୍ରଦ୍ଧାକୁ ମାରିଥିôବାର କୌଣସି ସୁରାକ୍ ପୁଲିସ ହାତରେ ବାଜିନି ।
ଶ୍ରଦ୍ଧା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାର ଦାୟିତ୍ୱ ମୁଣ୍ଡାଇଥିବା ପୁଲିସ ଟିମ ହାତରେ ଅଫତାବ ଓ ତା’ର ବୟାନ ଛଡ଼ା ଆଉ କିଛି ଠୋସ୍ ପ୍ରମାଣ ନାହିଁ । ଇତିମଧ୍ୟରେ ରିମାଣ୍ଡ ଅବଧି ଶେଷ ହେବାକୁ ବସିଲାଣି । ସାରା ଭାରତର ଦୃଷ୍ଟି ଏବେ ଅଫତାବ ଅମିନ ପୁନାୱାଲା ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତକୁ ବଳିଯାଇଛି ଶ୍ରଦ୍ଧା ହତ୍ୟାକାଣ୍ଡ । ଅଫତାବ ଯେ ଏକା ଶ୍ରଦ୍ଧାକୁ ହତ୍ୟା କରିଛି, ମୃତଦେହକୁ ୩୫ ଖଣ୍ଡ କରି କାଟିଛି, ସେଗୁଡ଼ିକୁ ଜଙ୍ଗଲ ଭିତରେ ପକାଇଛି । ସେ ସଂପର୍କୀତ ବଳିଷ୍ଠ ପ୍ରମାଣ ଏ ଯାଏ ମିଳିନି । ବିନା ପ୍ରମାଣରେ ପୁଲିସ ବା କ’ଣ କରିପାରିବ? ଅଫତାବକୁ କେତେଦିନ ପାଇଁ ଜେଲରେ ରଖିବ । ଶ୍ରଦ୍ଧାର ବାପା, ସାଙ୍ଗସାଥି, ବନ୍ଧୁବାନ୍ଧବ ଏବେ ଘୋର ମନସ୍ତାପ ଭିତରେ ରହିଛନ୍ତି ।
ଅଫତାବ ପକାଇଥିବା ଜାଲରେ ଫସି ଯାଇଥିବା କଥା ପୁଲିସ ବିଚାର କରୁଛି । ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷଗୁଡ଼ିକ ସତେ ଯେପରି ଉଭାନ୍ ହୋଇଯାଇଛି । ଶ୍ରଦ୍ଧା ପିନ୍ଧିଥିବା ଶେଷ ପୋଷାକ ମଧ୍ୟ ପୁଲିସ ହାତରେ ବାଜିନି । ଶ୍ରଦ୍ଧା ବ୍ୟବହାର କରୁଥିବା ମୋବାଇଲ ପାଖରେ ପୁଲିସ ପହଂଚି ପାରିନି । ଶୁଣିବାକୁ ମିଳିଥିଲା ଯେ ଶ୍ରଦ୍ଧାକୁ ମାରିବା ପରେ ଅଫତାବ ତାଙ୍କର (ଶ୍ରଦ୍ଧାଙ୍କର) ମୋବାଇଲକୁ କିଛିଦିନ ପାଇଁ ବ୍ୟବହାର କରୁଥିଲା । ଶ୍ରଦ୍ଧାକୁ ହତ୍ୟା କରିବାର କାରଣ ଜାଣିବାକୁ ପୁଲିସ ସକ୍ଷମ ହୋଇପାରୁନି । ଖଳନାୟକ ଅଫତାବକୁ ନାର୍କୋ ଟେଷ୍ଟ କରାଇ ସତ ଓଗାଳିବାର କଥା ବିଚାର କରୁଛି ପୁଲିସ ।
ଅଫତାବ ଏକା ସମୟରେ ମୁମ୍ବାଇ ଓ ଦିଲ୍ଲୀ ପୁଲିସକୁ ଭୂଅାଁ ବୁଲାଉଥିଲା । ଅଫତାବ ପ୍ରଥମେ କହିଥିଲା ଯେ ମେ’ ୨୨ ତାରିଖରେ ପାଟିତୁଣ୍ଡ କରି ଶ୍ରଦ୍ଧା ଘରୁ ପଳାଇଥିଲା । ସାଙ୍ଗରେ କେବଳ ମୋବାଇଲ ନେଇ ଯାଇଥିଲା । ଘରେ ଶ୍ରଦ୍ଧା ବ୍ୟବହାର କରୁଥିବା ପୋଷାକପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଥିଲା । ଅଫତାବର କୌଣସି କଥାକୁ ପୁଲିସ ସହଜରେ ଗ୍ରହଣ କରିପାରୁନି । ଅଫତାବ ଓ ଶ୍ରଦ୍ଧାର କଲ୍ ଡିଟେଲ୍ସ, ଲୋକେସନ୍ ଯାଂଚ କରିବା ପରେ ବହୁ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି ।