୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲ

ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି….

ନୂଆଦିଲ୍ଲୀ: ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓର ପ୍ରଥମ ମାମଲା । ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି । ଶେଷଥର ପାଇଁ ୨୦୧୩ରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଆଉ କେହି ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିଲେ । ହେଲେ ପୁଣି ଭାଇରସ ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସୂଚନା ଅନୁଯାୟୀ, ଓରାଲ ପୋଲିଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ବ୍ୟକ୍ତି ଜଣଙ୍କ ପୋଲିଓ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେହିପରି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ଟିକା ନେଇନଥିବା ଲୋକଙ୍କୁ ତୁରନ୍ତ ପୋଲିଓ ଟିକା ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।