ଜେଲରୁ ବାହାରିବା ପରେ ଏବେ ହସ୍ପିଟାଲଲେ ରାଣା ଦମ୍ପତ୍ତି

ସାଂସଦ ନବନୀତ କୌର ରାଣା ୧୨ ଦିନ ପରେ ଜେଲରୁ ମୁକୁଳିଛନ୍ତି….

ମୁମ୍ବାଇ: ସାଂସଦ ନବନୀତ କୌର ରାଣା ୧୨ ଦିନ ପରେ ଜେଲରୁ ମୁକୁଳିଛନ୍ତି । ଉଭୟ ଜେଲରୁ ବାହାରିବା ପରେ ନବନୀତ ଲାୀଲାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି । ପିଠିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବନୀତଙ୍କ ବିଧାୟକ ସ୍ୱାମୀ ରବି ରାଣା ତଲୋଜା ଜେଲରୁ ବାହାରି ସିଧାସଳଖ ହସ୍ପିଟାଲରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ ଯେ, ରାଣା ଦମ୍ପତ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପଢିବା ଘୋଷଣାକୁ ନେଇ ଗତ ୨୩ ତାରିଖରେ ଗିରଫ ହୋଇଥିଲେ ।