ଇଡି ସମନ ପରେ ବିଦେଶରୁ ଫେରିଲେ ରାହୁଲ
ନାସନାଲ ହେରାଲ୍ଡ ମାମଲାକୁ ନେଇ ଇଡିର ସମନ ପରେ ବିଦେଶରୁ ଫେରିଛନ୍ତି କଂଗ୍ରେସ….
ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାକୁ ନେଇ ଇଡିର ସମନ ପରେ ବିଦେଶରୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜୁନ ୧୩ ତାରିଖ ପୂର୍ବରୁ ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ନିର୍ଦ୍ଦେଶାଳୟ ଜୁନ ୨ରେ ହାଜର ହେବାକୁ ସମନ କରିଥିବା ବେଳେ ରାହୁଲ ଭାରତ ବାହାରେ ଥିବାରୁ ଅନ୍ୟ ଏକ ନୂଆ ତାରିଖ ମାଗିଥିଲେ । ଅନ୍ୟପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଜୁନ ୮ ତାରିଖରେ ହାଜର ହେବାକୁ ଇଡି ସମନ କରିଥିବା ବେଳେ ସେ ଜୁନ ୨ରେ କୋଭିଡ ପଜିଟିଭ ହୋଇଥିଲେ । ତେବେ ସେ ନିର୍ଦ୍ଧାରିତ ତାରିଖରେ ହାଜର ହେବା ନେଇ ଜଣାପଡ଼ିଛି ।