ମୁମ୍ବାଇ: ବିବାହ ପରେ ପରେ ବିବାଦରେ ଫସିଲେ ସାଉଥ ସୁନ୍ଦରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ । ପୁଲିସ ତାଙ୍କ ବିରୋଧରେ ଏହି ନୋଟିସ ଜାରି କରିଛି । ଜୁନ ୯ରେ ନୟନତାରା ତାଙ୍କ ବୟଫ୍ରେଣ୍ଡ ବିଗ୍ନେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ଏହି ସମୟରେ ତିରୁପତି ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲିଥିଲେ । ଏହାକୁ ନେଇ ଏବେ ବିବାଦ ଉପୁଜିଛି । ଧାର୍ମିକ ଦୃଷ୍ଟିକୋଣରୁ ସେହି ସ୍ଥାନର ମହତ୍ୱ ବେଶ ଅଧିକ ରହିଛି । ଏଥିସହ ଏହି ନବଦମ୍ପତି ନିଜ ସହ ଫଟୋଗ୍ରାଫିରଙ୍କୁ ଆଣି ଆଉ ଏକ ନିୟମ ଉଲ୍ଲଙ୍ଘନ କରିଛନ୍ତି । ତିରୁମାଲା ତିରୁପତି ଦେଶସ୍ଥାନମରେ ବ୍ୟକ୍ତିଗତ କ୍ୟାମେରା ପ୍ରବେଶ ଉପରେ ବାରଣ ରହିଛି । ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।