ନୂଆଦିଲ୍ଲୀ: ଇଂଲଣ୍ଡରେ ପୁଣି ଲକଡାଉନ ଲାଗୁହୋଇଛି। ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ଡିସେମ୍ବର ୨ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।
ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ । ରେସ୍ତୋରାଁ, ପବ , ହୋଟେଲ ବନ୍ଦ ରହିବ। ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ମାସ ଲକଡାଉନ କରିବା ନେଇ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ସୂଚନାମୁତାବିକ , ବ୍ରିଟେନରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେବଳ ଇଂଲଣ୍ଡରେ ୨୪ ଘଣ୍ଟାରେ ପାଖାପାଖି ୩୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଏ ନେଇ ନିଜର ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ସପ୍ତାହ ପରେ ଏ ନେଇ ସମୀକ୍ଷା କରାଯିବ ।ଏପରିକି ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ । ନ ହେଲେ ଘରୁ କାମ କରନ୍ତୁ । ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ବି ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ, ବ୍ୟାୟାମ ଓ ଜରୁରୀ କାମ ପଡ଼ିଲେ ହିଁ ଘରୁ ବାହାରିବାକୁ ସ୍ଥାନୀୟ ସରକାର ପରାମର୍ଶ ଦେଇଛନ୍ତି ।